ଲାଞ୍ଚ ନେଇ ଛେଚା ଖାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

avatar


ଢେଙ୍କାନାଳ(ଏଟିଆର ବ୍ୟୁରୋ): ଲାଞ୍ଚ ନେଇ ଛେଚା ଖାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) । ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଜୋତାରେ ପିଟିଲେ ମହିଳା । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା କହି ଲାଞ୍ଚ ନେଇଥିଲେ । ସୂଚନା ଅନୁସାରେ ଢେଙ୍କାନାଳ କଙ୍କଡାହାଡ ବ୍ଲକ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ଅଫିସର ପିଇଓ ବସନ୍ତ ବେହେରା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଯେଗାଇ ଦେବ କହି କିଛି ମହିଳାଙ୍କ ଠାରୁ ଟଙ୍କା ନେଇଥିଲେ । ଏହା ପରେ ବସନ୍ତ ଆଜି ଯୋଗୋଇ ଦେବି କାଲି ଯୋଗେଇ ଦେବି କହି ଦିନ ଗଡାଇଥିଲେ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି । ତେବେ ମହିଳା ମାନେ ଏଥିରେ ରାଗି ଯାଇ ବସନ୍ତକୁ ଟଙ୍କା ଫେରାଇବାକୁ କହିଥିଲେ ।

ବସନ୍ତ ଟଙ୍କା ନ ଫେରାଇବାରୁ ମହିଳା ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପଶି ବସନ୍ତଙ୍କୁ ମାଡ ମାରିଥିଲେ । ମହିଳା ମାନେ ଏତେ ରାଗି ଯାଇଥିଲେ କି ଖାଲି ହାତରେ ନୁହେଁ ଜୋତାରେ ପିଇଓ ବସନ୍ତଙ୍କୁ ମାଡ ମାରିଛନ୍ତି । ଏହି ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି । ମହିଳା ମାନଙ୍କ ଏଭଳି ଆଇନକୁ ହାତକୁ ନେବା ଘଟଣାକୁ ବୁଦ୍ଧଜୀବୀ ମହଲରେ ନାପସନ୍ଦ କରାଯାଇଛି । ଏହି ଘଟଣାକୁ ନେଇ ସମ୍ପୃକ୍ତ ପଞ୍ଚାୟତ ନୀର୍ବାହୀ ଅଧିକାରିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।



0
0
0.000
1 comments